Type Here to Get Search Results !

ଶୁଭଦ୍ରା ଯୋଜନା: କାହାକୁ ମିଳିବ, କେମିତି ଆବେଦନ କରିବେ?

ଶୁଭଦ୍ରା ଯୋଜନା: ରାଜ୍ୟ ରେ ଯେବେ ଠାରୁ ବିଜେପି ସରକାର ଗଠନ କରିବାରେ ସଫଳ ହେଉଛନ୍ତି ସେହି ଦିନଠାରୁ ସେମାନେ ନିର୍ବାଚନ ପୂର୍ବରୁ ଯେତେ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ସବୁ ଏବେ ପୂରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଦେଇ ଥିବା ପ୍ରତିଶ୍ରୁତି ମଧ୍ୟରୁ ସୁଭଦ୍ରା ଯୋଜନାକୁ ପ୍ରଥମେ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରିଛନ୍ତି। ତେବେ ବର୍ତ୍ତମାନ ଏହି ଯୋଜନା ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି। ଚାଲନ୍ତୁ ଜାଣିବା କିଏ ଏହି ଯୋଜନା ପାଇଁ ଆବେଦନ କରିପାରେ ଏବଂ କ'ଣ କାଗଜ ପତ୍ର ଦରକାର ଏହି ଯୋଜନାକୁ ଆବେଦନ କରିବା ପାଇଁ।
 ମହିଳା ମାନଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ମୋହନ ସରକାର ପ୍ରଥମେ କ୍ୟାବିନେଟ ବୈଠକରେ ସୁଭଦ୍ରା ଯୋଜନାରେ ମୋହର ଲଗାଇଛନ୍ତି, ଏବଂ ୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଛନ୍ତି।
 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଏହି ଯୋଜନା ର ଘୋଷଣା ପରେ ସମଗ୍ର ଓଡ଼ିଶାରେ ଏହି ଯୋଜନା ଚର୍ଚ୍ଚା ର ବିଷୟ ପାଲଟିଛି ତେବେ ଚାଲନ୍ତୁ ଜାଣିବା ଏହି ଯୋଜନା ର ଆବେଦନ ପ୍ରକ୍ରିୟା ଏବଂ କାଗଜ ପତ୍ର କ'ଣ ଦରକାର ଦେଖିବା।
 

ଆବଶ୍ୟକ ଥିବା କାଗଜ ପତ୍ର:

୧. ଆଧାର କାର୍ଡ
୨. ବ୍ୟାଙ୍କ ଆକାଉଣ୍ଟ
୩. ଠିକଣା ପ୍ରମାଣ ପତ୍ର
୪. ଫଟୋ
୫. ମୋବାଇଲ ନମ୍ବର 

Post a Comment

0 Comments